ଫେବୃଆରୁ ୧ରୁ ମୁମ୍ବାଇରେ ଲୋକାଲ ଟ୍ରେନ ସେବା ଆରମ୍ଭ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ନିବାସୀଙ୍କ ପାଇଁ ଏକ ବଡ଼ ଖବର। ଫେବୃଆରୀ ୧ରୁ ମୁମ୍ବାଇରେ ଲୋକାଲ ଟ୍ରେନ ସେବା ସମସ୍ତଙ୍କ ପାଇଁ ଆରମ୍ଭ ହେବ। କିନ୍ତୁ ଏକ ନିର୍ଦ୍ଦିଷ୍ଟ ମଧ୍ୟରେ ଟ୍ରେନ ଚଳାଚଳ କରିବ। କରୋନା ସଂକ୍ରମଣ ମଧ୍ୟରେ ଭିଡ଼କୁ ଦୃଷ୍ଟିରେ ରଖି ସାଧାରଣ ଯାତ୍ରୀଙ୍କ ଲାଗି ପ୍ରଥମ ସେବା ସକାଳ ୭ଟାରେ ଆରମ୍ଭ ହେବ। ଏହାପରେ ଅପରାହ୍ନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ଚାଲିବ। ଏତଦବ୍ୟତୀତ ରାତି ୯ଟାରୁ ଲୋକାଲ ସେବା ବନ୍ଦ ହେବା ପର୍ଯ୍ୟନ୍ତ ସାଧାରଣ ଯାତ୍ରୀ ଯାତ୍ରା କରିପାରିବେ।

ମୁମ୍ବାଇର ଲୋକାଲ ଟ୍ରେନ୍ ପୂର୍ଣ୍ଣ କ୍ଷମତା ସହ ଆରମ୍ଭ କରିବା ଲାଗି ନିକଟରେ ରାଜ୍ୟ ସରକାର, ରେଳବାଇ ଓ ବିଏମସି ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।