ସର୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ମହରାପଦର ପଞ୍ଚାୟତ ସର୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଆର୍ଥିକ ଅନିୟମିତତା ପ୍ରତିବାଦରେ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପକାଇ ଥିଲେ। ଯାହାଫଳରେ ବିଦ୍ୟାଳୟ ବନ୍ଦ ରହିବା ସହ ଆନ୍ଦୋଳନରେ ଛାତ୍ରୀଛାତ୍ର ମନେ ସାମିଲ ହୋଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ସୂଚନା ଅନୁସାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସରୋଜ ପାଣିଗ୍ରାହୀ ବିଦ୍ୟାଳୟର ବିଭିନ୍ନ ପାଣ୍ଠିର ଦାୟିତ୍ବ ନଦେଇ ସରକାରୀ ଅର୍ଥକୁ ବେଆଇନ ଭାବେ ଉଠେଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ଫଳ ନହେବାରୁ ଆନ୍ଦୋଳନକୁ ଓଲ୍ହାଇ ଥିଲେ। ଏନେଇ ଖବରପାଇ ଖପ୍ରାଖୋଲ ବ୍ଲକ୍‌ ସହ ଶିକ୍ଷ୍ୟା ଅଧିକାରୀ ବିରେନ୍ଦ୍ର କୁମାର ସାହୁ, ମହରାପଦର ସରପଞ୍ଚ ସୁମତି ପଧାନ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଡକାଇ ଟଙ୍କା ଫେରସ୍ତର ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।