ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆପଶି ଛକରେ ଥିବା ଏକ ଭେରାଇଟି ଷ୍ଟୋରର ଆଜିବେଷ୍ଟସ ଭାଙ୍ଗି ଭିତରେ ପଶି ଚୋରି କରୁଥିବା ବେଳେ ଦୁଇ ଚୋରଙ୍କୁ ଧରିଛନ୍ତି ଗ୍ରାମବାସୀ ଓ ପୁଲିସ। ଦୁଇ ଚୋର ହେଲେ ଦୁଆଘାଟ ଗ୍ରାମର ସ୍ମୃତି ରଞ୍ଜନ ଭୂୟାଁ ଓ ସରୋଜ କୁମାର ରାଉତ। ଉଭୟ ଯୋଡା ସ୍ଥିତ ଏକ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି।
ସୂଚନା ଅନୁସାରେ ଉଭୟ ଯୋଜନା କରି ଆଜି ଏକ ଭେରାଇଟି ଷ୍ଟୋରର ଆଜିବେଷ୍ଟସ ଭାଙ୍ଗି ଦୋକାନ ଭିତରକୁ ପଶିଥିଲେ। ଦୋକାନ ଭିତରୁ ଶବ୍ଦ ଶୁଣିବା ପରେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ପରେ ଗ୍ରାମବାସୀ ଓ ପୁଲିସ ମିଳିତ ଚୋରଙ୍କୁ କାବୁ କରିଥିଲେ। ଏହି ସମୟରେ ଚୋରଙ୍କ ଛୁରା ମାଡ଼ରେ ତୁରୁମୁଙ୍ଗା ଥାନାର ଏଏସଆଇ ବିଜୟ ଖଟୁଆ ଆହତ ହୋଇଛନ୍ତି। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ତୁରୁମୁଙ୍ଗା ଥାନା ଅଧିକାରୀ ବୈଦ୍ୟନାଥ ସାହୁ ସୂଚନା ଦେଇଛନ୍ତି।