ହାଇଦ୍ରାବାଦ: କରୋନା ସଂକ୍ରମଣ ଯୋଗୁ ଜାରି ହୋଇଥିବା ଲକଡାଉନ ତେଲେଙ୍ଗାନାରୁ ସମ୍ପୂର୍ଣ୍ଣ ରୂପେ ହଟିବ। କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ଏହିି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟ ସରକାର ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇବା ନେଇ ଘୋଷଣା କରିଥିଲେ। କିନ୍ତୁ ଏହି ସମୟରେ କିଛି ନିୟମ କୋହଳ କରାଯାଇଥିଲା।
ସୂଚନାଯୋଗ୍ୟ, ତେଲେଙ୍ଗାନାରେ ଗତ ୨୪ ଘଣ୍ଟାରେ ୧୪୧୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୧୦ହଜାର ୮୩୪କୁ ବୃଦ୍ଧି ପାଇଛି। ଆଉ ମୃତକଙ୍କ ସଂଖ୍ୟା ୩,୫୪୬ରେ ପହଂଚିଛି।