ସଇଁନ୍ତଲା,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ବେଶ୍ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡ଼ା ଗାଁରେ ହଜାରେରୁ ଅଧିକ ପୁରୁଷ ଓ ମହିଳା ଏକାଠି ବସି ନୂଆଁ ଖାଇଛନ୍ତି । ଗାଁର କ୍ଷେତ୍ରୀୟ ଓ ବ୍ରାହ୍ମଣ ପରିବାର ଲୋକଙ୍କ ମିଳିତ ଉଦ୍ୟମରେ ଏକାଠି ହୋଇ ଭାଇଚାରାର ଏହି ପର୍ବ ପାଳନ କରାଯାଇଛି । ପ୍ରଥମେ ଗାଁର ଝାଙ୍କର ରାମଚନ୍ଦ୍ର ବୁଡେକ ବିଲରୁ ନୂଆଁ ଧାନ ଆଣିବା ପରେ ସୁରେନ୍ଦ୍ର ଚନ୍ଦ୍ର ପୁରୋହିତ ଓ ସରୋଜ ପୁରୋହିତ ମା’ଙ୍କଠାରେ ନବାନ୍ନ ଅର୍ପଣ କରି ସାରିବା ପରେ ସମସ୍ତେ ଏକାଠି ନୂଆଁ ଖାଇଥିବା ଜଣାପଡ଼ିଛି ।