ବ୍ରାହ୍ମଣୀ ନଦୀରୁ ଅଜଣା ମୃତଦେହ ଉଦ୍ଧାର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମ ନିକଟସ୍ଥ ବ୍ରାହ୍ମଣି ନଦୀରେ ଆଜି ଏକ ଅଜଣା ବ୍ୟକ୍ତିର ମୃତଦେହ ଠାବ କରାଯାଇଛି । ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତ ବେଳେ ବ୍ରାହ୍ମଣୀ ନଦୀ ଉପର ମୁଣ୍ଡରୁ ମୃତଦେହ ଭାସି ଆସିଥିବା ସନ୍ଦେହ କରାଯାଉଛି। ମୃତ ବ୍ୟକ୍ତିର ଆନୁମାନିକ ବୟସ ୪୫ ବର୍ଷରୁ ଊର୍‌ଦ୍ଧ୍ୱ ହେବ ବୋଲି ପୁଲିସ ଅନୁମାନ କରୁଥିବା ଜଣାପଡ଼ିଛି ।