ବିକାଶ ବିଦ୍ୟାଳୟର ବାର୍ଷିକ ଉତ୍ସବ “ହାରଭେଷ୍ଟ୍-୨୦୨୨” ଉଦ୍‌ଯାପିତ

ଭବାନୀପାଟଣା,ଏନ୍ଏନ୍ଏସ୍: ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚୁସନସ୍ ଭବାନୀପାଟଣା ଶାଖାର ବାର୍ଷିକ ଉତ୍ସବ “ହାରଭେଷ୍ଟ-୨୦୨୨” ଓ୍ବିସଡମ୍ ପାର୍କ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଶିକ୍ଷା ରାଜ୍ୟରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ହେଉଛି ବିକାଶ। କୋଭିଡ୍ ମହାମାରୀ ସମୟରେ ମଧ୍ୟ ନିଜ ଶୈର୍ମକ ପ୍ରୟାସ ଜାରି ରଖି ଅନେକ ସଫଳତା ଲାଭ କରିପାରିଛି। ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଆରଡ଼ିଏର ପ୍ରକଳ୍ପ ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟ, ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚୁସନସର ସଂସ୍ଥାପକ ଜି. ମୁରଲୀ କ୍ରୀଷ୍ଣା, ପରିଚାଳନା ନିର୍ଦ୍ଦେଶକ ଜି. ଭାସ୍କର ରାଓ, ନିର୍ଦ୍ଦେଶକ ଡି. ବିବେକ, ଡିନ୍ ପିତାମ୍ବର ଦାସ, ପରିଚାଳନା ମଣ୍ଡଳୀ ସଦସ୍ୟ ଭି.ବି. ସତ୍ୟନାରାୟଣ, ଏକାଡେମୀ ନିର୍ଦ୍ଦେଶକ ଡି. ବିଜୟ ଏବଂ ଡି. ପଦ୍ମିନୀଙ୍କ ସମେତ ପରିଚାଳନା ମଣ୍ଡଳୀ ଓ ଭବାନୀପାଟଣା ଶାଖାର ସମସ୍ତ ଅଧ୍ୟକ୍ଷ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚୁସନସ୍ ଭବାନୀପାଟଣା ନିର୍ଦ୍ଦେଶକ ଡି. ରାମ କୁମାର ସ୍ବାଗତ୍ ଭାଷଣ ଦେଇଥିବା ବେଳେ ବିକାଶ ଆବାସିକ ବିଦ୍ୟାଳୟ ନିର୍ବାହୀ ଅଧ୍ୟକ୍ଷା ତପସ୍ବିନୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ପରିଶେଷରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚୁସନସର ନିର୍ଦ୍ଦେଶକ ଡି. ଶ୍ୟାମ ଧନ୍ୟବାଦ ଅର୍ପଣ କରିଥିଲେ। ପରେପରେ ଏହି ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାର୍ଥୀମାନଙ୍କ ଦ୍ବାରା ହୋଇଥିବା ଉଚ୍ଚକୋଟୀର କଳା ପ୍ରଦର୍ଶନ ଉତ୍ସବକୁ ଅଧିକ ରଙ୍ଗୀନ କରିଥିଲା।

ଅନୁଷ୍ଠିତ ଏହି ଉତ୍ସବକୁ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମକର୍ତ୍ତା ସଫଳତାର ସହିତ ସହଯୋଗ କରିଥିଲେ।