ନନ୍ଦନକାନନରେ ପୁଣି ଆଖି ବୁଜିଲା ବାଘ ଶାବକ, ଭେଟେନାରୀରେ ଚାଲିଥିଲା ଚିକିତ୍ସା

ବାରଙ୍ଗ,ଏନ୍ଏନ୍ଏସ୍: ନନ୍ଦନକାନନରେ ପୁଣି ଧଳା ବାଘୁଣି ରୂପା ଠାରୁ ଜନ୍ମିତ ଏକ ମାଈ ଶାବକ ଆଖି ବୁଜିଛି । ମୃତ ଛୁଆଟି ଜନ୍ମ ହେବା ଦିନରୁ ତାକୁ ମା ଠାରୁ ଅଲଗା ରଖାଯାଇଥିଲା । ନନ୍ଦନକାନନର ଭେଟେନାରୀରେ ରଖି ଚିକିତ୍ସା କରାଯାଉଥିଲା ।

ତେବେ ବୁଧବାର ଠାରୁ ଛୁଆଟି ଅସୁସ୍ଥ ହୋଇ ପଡିଥିବା ବେଳେ ଗୁରୁବାର ସକାଳେ ତାର ମୃତ୍ୟୁ ହୋଇଛି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷରୁ ସୂଚନା ଦେଇଛନ୍ତି । ବାଘ ଶାବର ମୃତ୍ୟୁ ପରେ ବାଘ ସଂଖ୍ୟା ୨୫କୁ ହ୍ରାସ ପାଇଛି ।

ସୂଚନା ଅନୁସାରେ, ମୃତ ଶାବକଟି ବାରମ୍ବାର ଅସୁସ୍ଥ ହେଉଥିଲା । ତେବେ କେଉଁ କାରଣରୁ ବାଘ ଶାବକଟିର ମୃତ୍ୟୁ ହୋଇଛି ସେନେଇ ନନ୍ଦନକାନନ ତରଫରୁ ସ୍ପଷ୍ଟ ଭାବେ ସୂଚନା ଦିଆଯାଇନାହିଁ । ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।