ଢେଙ୍କାନାଳ,ଏଜେନ୍ସି: ମୋଟଙ୍ଗା ଗାଁର ବିକାଶ ନାୟକ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଜଣକ ହେଉଛନ୍ତି ସେହି ଗ୍ରାମର ପ୍ରକାଶ ପ୍ରଧାନ । ପରଜଙ୍ଗ ପାଳସାହିରେ ଚଢ଼ାଉ କରିଥିବା ବେଳେ ପ୍ରକାଶକୁ ତାର ଜଣେ ସମ୍ପର୍କୀୟ ଘରୁ ପୁଲିସ ଗିରଫ କରାଯାଇଛି ।
କେବଳ ଏତିକି ନୁହେଁ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ସୁଚନା ଅନୂୁସାରେ ବିକାଶ ସରପଞ୍ଚ ବିଜୟୀ ପରେ ଶତ୍ରୁତା ବଢି ଯାଇଥିଲା ।
ତେଣୁ ଦୋଳଯାତ୍ରା ପ୍ରସ୍ତୁତି ବେଳେ ଗାଁ ଦାଣ୍ଡରେ ବିକାଶ ନାୟକଙ୍କୁ ପ୍ରକାଶ ପ୍ରଧାନ ଓ ତାର ସାଥୀମାନେ ଯୋଜନା ମୁତାବକ ଗୋଡ଼ାଇ ଗୋଡ଼ାଇ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ ।
ପରେ ମୋଟଙ୍ଗା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଥିବା ବେଳେ ଫରେନ୍ସିକ ଟିମ୍ ମାଧ୍ୟମରେ ଘଟଣାସ୍ଥଳରେ ତଦନ୍ତ କରାଯାଇଥିଲା ।