ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବାସଭବନ ଉପରେ ଭିଜିଲାନ୍ସର ଚଢ଼ଉ

ଦେବଗଡ଼,ଏନ୍ଏନ୍ଏସ୍: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ମିଳିଥିବା ରିପୋର୍ଟ ମୁତାବିକ, ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନାମରେ ବିପୁଳ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ଶ୍ରୀ ପ୍ରଧାନଙ୍କ ସୁନ୍ଦରଗଡ଼ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, ଦେବଗଡ଼ ଜିଲ୍ଲା ତାବଡ଼ସ୍ଥିତ ପୈତୃକ ଘର, କେନ୍ଦୁଘାଟସ୍ଥିତ ଫାର୍ମ ହାଉସ, ଅନୁଗୁଳସ୍ଥିତ ଶ୍ୱଶୁର ଘରଠାରେ ଭିଜିଲାନ୍ସ ବିଭାଗର ପ୍ରାୟ ୫୦ କର୍ମଚାରୀଙ୍କ ସହାୟତାରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଅନୁସନ୍ଧାନ ବେଳେ ଶ୍ରୀ ପ୍ରଧାନଙ୍କ ସମ୍ବଲପୁର, ଦେବଗଡ଼ ଓ ଭୁବନେଶ୍ୱରରେ ନିଜ ଏବଂ ପୁଅ ନାମରେ ପ୍ଲଟ ରହିଥିବାବେଳେ କେନ୍ଦୁଘାଟଠାରେ ୪୦ ଏକରରୁ ଊର୍ଦ୍ଧ ଜମିରେ ଫାର୍ମ ହାଉସ ରହିଥିବା ଜଣାପଡ଼ିଛି।