ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ରେଡ

ପୁରୀ,ଏନ୍ଏନ୍ଏସ୍: ରାଜ୍ୟରେ ଦୈନନ୍ଦିନ ଭିଜିଲାନ୍ସ ରେଡ ହେଉଛି। ପ୍ରାୟତଃ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ହେଉଛି। ଏହି ପରିପ୍ରେକ୍ଷୀରେ ପୁରୀ ବାସେଳିସାହି ଅକ୍ଷୟଧାମ ଅଙ୍ଗନବାଡି କର୍ମୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଆଜି ରେଡ କରିଛି। ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସୂଚନା ପାଇଁ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଏଥିରେ ତାଙ୍କର ପୈତୃକ ଘର, ଶାଶୂ ଘର ଓ ଅଙ୍ଗନବାଡି କେନ୍ଦ୍ର ରହିଛି।