ଭିଜିଲାନ୍ସ ଜାଲରେ ଆରଡି ଇଞ୍ଜିନିୟର

ସମ୍ବଲପୁର, ଏନ୍ଏନ୍ଏସ୍ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗ୍ରାମ୍ୟ ଉନ୍ନୟନ(ଆରଡି) ଡିଭିଜନର ଆସିଷ୍ଟାଣ୍ଡ ଇଞ୍ଜିନିୟର ଶ୍ୟାମସାଗର ସୟେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆଜି ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଶ୍ରୀ ସୟେଙ୍କ ରେଢ଼ାଖୋଲସ୍ଥିତ ସରକାରୀ ବାସଭବନ, ଅଫିସ୍ ପ୍ରକୋଷ୍ଠ ଏବଂ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଅନ୍ତର୍ଗତ ବନଡ଼େଗା ନିକଟ କୁବାପଡ଼ା ସ୍ଥିତ ପୈତୃକ ଘର ଏବଂ ସୁନ୍ଦରଗଡ଼ସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି। ଚଢ଼ଉରେ ଶ୍ରୀ ସୟେଙ୍କ ରେଢ଼ାଖୋଲ ସରକାରୀ ବାସଭବନରେ ନଗଦ ୪୧ହଜାର ୫୦୫ଟଙ୍କା, ୧୩ଲକ୍ଷ ୧୪ହଜାର ୫୭୯ଟଙ୍କାର ବ୍ୟାଙ୍କ ଜମା, ୧୬ଲକ୍ଷ ୮୬ହଜାର ଟଙ୍କାର ବୀମା, ୧୨୮.୪୫ଗ୍ରାମର ସୁନା ଓ ୯୫ଗ୍ରାମ ଓଜନର ରୂପା ଅଳଙ୍କାର ମିଳିଛି। ସୁନ୍ଦରଗଡ଼ ସହରରେ ଥିବା ତାଙ୍କ ୨ମହଲା କୋଠାରେ ୨ଟି ପରିବାର ଭଡ଼ା ରହୁଥିବା ବେଳେ ଗୋଟିଏ ପାଶ୍ୱର୍ରେ ତାଲା ପଡ଼ିଛି। ତେଣୁ ଭିଜିଲାନ୍ସ ଟିମ୍ ଶ୍ରୀ ସୟେଙ୍କୁ ନେଇ ସୁନ୍ଦରଗଡ଼ ଅଭିମୁଖେ ଯାଇଥିବା ଜଣାପଡ଼ିଛି।