ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ଉ

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଗିରୀଶ ଚନ୍ଦ୍ର ପାତ୍ରଙ୍କ ବାସ ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଥିବା କୁହାଯାଉଛି। ଏନେଇ ଯନ୍ତ୍ରୀ ରହୁଥିବା ଭଡା ଘର, ଦେଓଗାଁ ବ୍ଲକର ସରକାରୀ କାର୍ଯ୍ୟାଳୟ ଏବଂ ପୈତୃକ ଗ୍ରାମରେ ଚଢ଼ଉ ଜାରି ରହିଛି। ଏହି ଚଢ଼ଉରେ ବଲାଙ୍ଗିର, ସୁବର୍ଣ୍ଣପୁର ଓ ସମ୍ବଲପୁରର ଭିଜିଲାନ୍ସ ଟିମ ସାମିଲ ଅଛନ୍ତି। ଚଢ଼ଉ ଶେଷ ହେବାପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।