ଗଞ୍ଜାମ,ଏନ୍ଏନ୍ଏସ୍: ଭଞ୍ଜନଗରର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ଜାରି ରହିଛି। ଖୋର୍ଦ୍ଧା ଓ ଗଞ୍ଜାମର ୬ଟି ସ୍ଥାନରେ ଏକକାଳୀନ ରେଡ୍ ହେଉଛି।
ପାଞ୍ଚଜଣ ଡିଏସପି, ୧୧ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡିଶା ଭିଜିଲାନ୍ସ ଦଳ ଦ୍ୱାରା ଏକକାଳୀନ ସର୍ଚ୍ଚ ଚାଲିଛି। ଏକ ନିର୍ଭରଯୋଗ୍ୟ ତଥ୍ୟ ଉପରେ ଆଧାର କରି ଭିଜିଲାନ୍ସ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ୬ ଟି ସ୍ଥାନରେ ଚଢଉ କରିଛି।