ନୂଆଦିଲ୍ଲୀ,ଏଜେନ୍ସି: ଓଡ଼ିଶା ଜଙ୍ଗଲରେ ଲାଗୁଥିବା ନିଆଁ ଘଟଣାରେ ଦେଶର ସମସ୍ତ ରାଜ୍ୟଠାରୁ ଆଗରେ ରହିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ଏହି ସୂଚନା ଦେଇଛନ୍ତି।
ନଭେମ୍ବର ୨୦୨୦ ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଓଡିଶାରେ ଦେଶର ସର୍ବାଧିକ ସଂଖ୍ୟକ ଜଙ୍ଗଲ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଆଠ ମାସ ମଧ୍ୟରେ ସମଗ୍ର ଦେଶରେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଜଙ୍ଗଲ ଦ୍ୱାରା ସମୁଦାୟ ୩, ୪୫,୯୮୯ ଜଙ୍ଗଲ ଅଗ୍ନିକାଣ୍ଡ ରେକର୍ଡ କରାଯାଇଥିଲା। ଏହି ସମୟ ମଧ୍ୟରେ ଓଡ଼ିଶା ୫୧,୯୬୮ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
୪୭,୭୯୫ ଜଙ୍ଗଲ ଅଗ୍ନିକାଣ୍ଡ ସହିତ ମଧ୍ୟପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି, ତା’ପରେ ଛତିଶଗଡ ୩୮,୧୦୬ ସହିତ ତୃତୀୟ, ମହାରାଷ୍ଟ୍ର ୩୪,୦୨୫, ଝାଡ଼ଖଣ୍ଡ ୨୧,୭୧୩, ଉତ୍ତରାଖଣ୍ଡ ୨୧,୪୮୭, ଆନ୍ଧ୍ରପ୍ରଦେଶ ୧୯, ୩୨୮, ତେଲେଙ୍ଗାନା ୧୮, ୨୩୭, ମିଜୋରାମ ୧୨,୮୪୬, ଆସାମ ୧୦,୭୧୮ ଏବଂ ମଣିପୁରରେ ୧୦,୪୫୭ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।