ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ଉ

ବାଲେଶ୍ୱର,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଏହି ପରିପ୍ରେକ୍ଷୀରେ ସୋର ଗ୍ରାମ୍ୟ ଉନ୍ନୟନ  ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ବାରିପଦା ଶୂନଗଡ଼ିଆ ସ୍ଥିତ ବାସବଭନ ସହ ପୈତୃକ ବାସଭବନ, ସୋର କାର୍ଯ୍ୟାଳୟ, କଟକ ସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ବାରିପଦା, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଭିଜିଲାନ୍ସ ଟିମ୍ ମିଳିତଭାବେ ଏହି ଚଢ଼ଉ କରିଥିବା ଜଣାଯାଇଛି।