ଧାନ ଖଳାରେ ଅଗ୍ନିକାଣ୍ଡ, ପୋଡ଼ିଗଲା ୧୦୦ ବସ୍ତା ଧାନ

ଧର୍ମଗଡ଼,ଏନ୍ଏନ୍ଏସ୍: ସୋମବାର ବିଳମ୍ବିତ ରାତ୍ରିରେ କୌଣସି କାରଣୁ ଧାନ ଖଳାରେ ନିଆଁ ଲାଗିଯିବାରୁ ୧୦୦ ବସ୍ତା ଧାନ ଜଳି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ ଧର୍ମଗଡ଼ ଥାନା ଇଚ୍ଛାପୁର ଗ୍ରାମର ସୁନ୍ଦ୍ରିକା ଚଣ୍ଡୀ ଓ ଧନୁ ଚଣ୍ଡୀ ଖଳାରେ ଧାନ ବସ୍ତା ରଖିଥିବା ବେଳେ ଗତ ରାତିରେ ସେଥିରେ ନିଆଁ ଲାଗି ଯାଇଥିଲା ।

ଏ ସମ୍ପର୍କରେ ଧର୍ମଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେବାରେ ଦମକଳ ବାନିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସମସ୍ତ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି।