ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଫାଣ୍ଠିର ନିଲମ୍ବିତ ହୋଇଥିବା ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି।
ତେବେ ମାଲକାନଗିରି, କୋରାପୁଟ ଓ ସୁନାବେଡା ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସର ଟିମ ଚଢାଉ କରୁଛନ୍ତି। ଏହି ଚଢଉ ବେଳେ ୩ଟି କୋଠା ଓ ଗୋଟିଏ ଡୁପ୍ଲେକ୍ସ ଭିଜିଲାନ୍ସ ଠାବ କରିଛି।
ସେହିପରି ଏକ ମାସ ତଳେ ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲ ଯାଇଥିଲେ ଜୟଦାସ। ଜାମିନ ପାଇବା ପରେ ପୋଲିସ ହେଡ କ୍ୱାର୍ଟସରେ ନିଲମ୍ବିତ ଭାବେ ରହୁଥିଲେ। ଜୟ ଦାସ ମାଥିଲି ଥାନା କର୍ତନ ପାଲି ବିଟ ହାଉସରେ କାର୍ଯ୍ୟରତ ଥିଲେ।