ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ଼

ଜଗତସିଂହପୁର,ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣି ସଂଯୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ରେଡ଼ କରିଛି। ଜିଲ୍ଲାପାଳଙ୍କ ଅଫିସ ସମେତ ତାଙ୍କ ସାତପୁରା ବାସଭବନ, କଟକ ଓ ପାଣିସାଳିଆ ଭଡାଘର ସମେତ ୪ଟି ସ୍ଥାନରେ ଏକ କାଳୀନ ଚଢ଼ଉ ଜାରି ରହିଛି। ସ୍ପେଶାଲ ଭିଜିଲାନ୍ସ ଜଜ ୱାରେଣ୍ଟ ବଳରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ୪ଟି ଟିମରେ ୯ ଜଣ ଇନ୍ସପେକ୍ଟର ସମେତ ୩୦ ଜଣ କର୍ମଚାରୀ ଏକ କାଳୀନ ଚଢ଼ଉ ଜାରି ରଖିଛନ୍ତି।

ସଂଯୁକ୍ତା ଦାସ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଜିଲ୍ଲା ପଞ୍ଚାୟତ ବିଭାଗରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ସଂଯୁକ୍ତାଙ୍କର ସାତପୁରରେ ବିଳାସପୂର୍ଣ ଘର ରହିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ ପଛପଟେ ୨ମହଲା ଘର, କଟକ ଆଦିତ୍ୟ ରେସିଡେନ୍ସିରେ ଆପାର୍ଟମେଣ୍ଟ ଘର ରହିଛି। ଏହା ସହିତ ବ୍ୟାଙ୍କରେ ରହିଥିବା ଏକ ଲକର ଖୋଲାଯିବା ପରେ ଟଙ୍କା ଓ ସୁନା ଅଳଙ୍କାର ବାବଦରେ ଜଣାପଡିବ ବୋଲି କହିଛନ୍ତି ଭିଜିଲାନ୍ସ ଇନ୍ସପେକ୍ଟର।