କରୋନା ପଜିଟିଭ୍‌ ଚିହ୍ନଟ ହେଲେ ସନ୍ନି ଦେଓଲ

ନୂଆଦିଲ୍ଲୀ,ଏଜେନ୍ସି: ବିଜେପି ସାଂସଦ ତଥା ବଲିଉଡ ଅଭିନେତା ସନ୍ନି ଦେଓଲ କରୋନାରେ ସଂକ୍ରମିତ ହୋଇଛନ୍ତି। ସନ୍ନି ପ୍ରାୟ ଏକ ମାସ ଧରି ହିମାଚଳର ମନାଲିରେ ରହୁଥିଲେ। ସେ ସାମାନ୍ୟ ଜ୍ୱର ଏବଂ ଗଳା ଯନ୍ତ୍ରଣା ଅନୁଭବ କରୁଥିଲେ। ଏନେଇ ସେ କରୋନା ପରୀକ୍ଷା କରାଇଥିଲେ। ମଙ୍ଗଳବାର ଦିନ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡିଛି।

ମୁଖ୍ୟ ଚିକିତ୍ସା ଅଧିକାରୀ ମାଣ୍ଡି ଡାକ୍ତର ଦେବେନ୍ଦ୍ର ଶର୍ମା ଏହା ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ସେ ମନାଲିର ଏକ ଫାର୍ମହାଉସରେ ଅଛନ୍ତି। ୬୪ ବର୍ଷୀୟ ସନ୍ନି ଦେଓଲଙ୍କ କିଛି ଦିନ ତଳେ କାନ୍ଧ ସର୍ଜରୀ ହୋଇଥିଲା। ସନ୍ନି ଦେଓଲ ବର୍ତ୍ତମାନ ପଞ୍ଜାବର ଗୁରୁଦାସପୁରରୁ ବିଜେପି ସାଂସଦ ଅଛନ୍ତି।