କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢ଼ଉ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ବଇଣ୍ଡାସ୍ଥିତ ସରକାରୀ ବାସଭବନ ଓ ନିଆଳିସ୍ଥିତ ବାସଭବନରେ ଏକକାଳୀନ ବୁଧବାର ସକାଳୁ କଟକ ଓ ଅନୁଗୁଳ ଭିଜିଲାନ୍ସ ବିଭାଗ ମିଳିତ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଉଥିବା ଜଣାପଡ଼ିଛି। ବର୍ତ୍ତମାନ ଚଢ଼ଉ ଜାରି ରହିଥିବା ଯୋଗୁଁ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିିଁ।