ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହାବିଲଦାରଙ୍କ ଘର ସମେତ ୩ ସ୍ଥାନରେ ଚଢ଼ଉ

କେନ୍ଦୁଝର/ପାଟଣା,ଏନ୍ଏନ୍ଏସ୍: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେନ୍ଦୁଝର ରିଜର୍ଭ ପୁଲିସରେ ହାବିଲଦାର ଭାବେକାର୍ଯ୍ୟରତ ଥିବା ବିଶ୍ୱନାଥ ମହାନ୍ତଙ୍କ ଭିଜିଲାନ୍ସ ଚଢ଼ଉ କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ପୌରାଞ୍ଚଳ ୧୫ନଂ ୱାର୍ଡରଔରବିହାର ସ୍ଥିତ ବାସଭବନ, ପାଟଣା ବାରଟୁନିଆ ସ୍ଥିତ ପୈତୃକ ବାସଭବନ ଏବଂ ତୁରୁମୁଙ୍ଗା ଥାନା ଅଞ୍ଚଳ ରେଙ୍ଗାଳବେଡ଼ା ସ୍ଥିତତାଙ୍କ ଶଶୁର ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ଅନ୍ୟପଟେ ହାବିଲଦାର ବିଶ୍ୱନାଥଙ୍କ ସ୍ତ୍ରୀ ମଧ୍ୟ ପୁଲିସ ବିଭାଗରେ ଚାକିରି କରୁଥିବା ସୂଚନା ମିଳିଛି।