ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଜଗତସିଂହପୁର,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଜଗତସିଂହପୁର ସେସୁର କନିଷ୍ଠ ଯନ୍ତ୍ରୀ ଦିପ୍ତୀପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଆଜି ସକାଳେ ଦିପ୍ତୀପ୍ରକାଶଙ୍କ ଜଗତସିଂହପୁର ମଙ୍ଗଳା କଲୋନୀସ୍ଥିତ ବାସଭବନ, ବିସପିତଳସ୍ଥିତ ପୈତୃକ ଘର ଓ ଗାନ୍ଧୀ ଛକରେ ଥିବା ମାର୍କେଟ୍ କମ୍ପେ୍ଲକ୍ସ ସମେତ ୫ଟି ସ୍ଥାନରେ ଚଢ଼ଉ କରାଯାଇଛି । ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କ ବାସଭବନରେ ବିଭିନ୍ନ କାଗଜପତ୍ର ଯାଂଚ୍ କରୁଛନ୍ତି । ଭିଜିଲାନ୍ସର ଦୁଇଟି ଟିମ୍ ଏହି ଚଢ଼ଉରେ ସାମିଲ୍ ଅଛନ୍ତି । ସଂନ୍ଧ୍ୟା ପର୍ୟ୍ୟନ୍ତ ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।