ଜାନୁଆରୀରୁ ଜିଲ୍ଲା ବୁଲିବେ ସଚିବ, ୭ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଭିନ୍ନ ଜିଲ୍ଲାରେ କାର୍ୟ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ଏବଂ ଲୋକ କଲ୍ୟାଣ କାର୍ୟ୍ୟକ୍ରମର କାର୍ୟ୍ୟକାରୀତାର ତଦାରଖ କରିବା ପାଇଁ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ରଖାଯାଇଛି । ଏସମ୍ପର୍କରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ , ସଚିବ ଓ ସ୍ୱତନ୍ତ୍ର ସଚିବମାନଙ୍କୁ ଚିଠି ଲେଖାଯାଉଛି ।

ଏହି ଚିଠି ଅନୁଯାୟୀ ସଚିବମାନେ ଜାନୁଆରୀ ଠାରୁ ମାର୍ଚ୍ଚ ମାସ ମଧ୍ୟରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲାକୁ ଯାଇ ତଦାରଖ କରି ଭୁବନେଶ୍ୱର ଫେରିବାର ୭ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ଜିଲ୍ଲା ଗସ୍ତ ସମୟରେ ୧୩ ଟି କାର୍ୟ୍ୟକ୍ରମ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେଗୁଡିକ ହେଲା ମମତା ଯୋଜନା , ବିଜୁ ପକ୍କା ଘର ଓ ପ୍ରଧାମନ୍ତ୍ରୀ ଆବାସ ଯାଜନା , ବୋରୱେଲ ଓ ଉଠାଜଳସେଚନ , ମିଶନ ଶକ୍ତି , ନିରାମୟ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା , ପିଇବା ପାଣି , ଗ୍ରାମ୍ୟ ବିଦ୍ୟୁତ୍ କରଣ , ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା , ପେନସନ୍ ଯୋଜନା , ଛାତ୍ରାବାସ , ଶିଶୁ କଲ୍ୟାଣ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲାର ଦାୟିତ୍ୱରେ ରଖାଯାଇଥିବାବେଳେ ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା – କଳାହାଣ୍ଡି , ମୋନା ଶର୍ମା – ସମ୍ବଲପୁର , ଅନୁ ଗର୍ଗ- ରାୟଗଡା , ବିଜୟ ଅରୋରା – ଗଂଜାମ, ସୌରଭ ଗର୍ଗ- ମୟୁରଭଂଜ , ଡି.କେ ସିଂହ -କେନ୍ଦୁଝର , ଏନ ବି ଧଳ – ସୁନ୍ଦରଗଡ , ରଂଜନ ଚୋପ୍ରା – କଟକ , ସୁରେନ୍ଦ୍ର କୁମାର – ବଲାଙ୍ଗୀର , ବିଷ୍ଣୁପଦ ସେଠୀ -କେନ୍ଦ୍ରାପଡା , ର୍ହେମନ୍ତ ଶର୍ମା – ନବରଙ୍ଗପୁର , ଚିତ୍ରା ଅରୁମୁଗମ୍ – ଯାଜପୁର , ବିଶାଲ ଗଗନ – ଭଦ୍ରକ, ଏସ କେ ଲୋହାନୀ- କୋରାପୁଟ , ଶୁଭା ଶର୍ମା – ନୟାଗଡ , ବିଶାଳ କୁମାର ଦେବ -ପୁରୀ , ଭି.ଭି ଯାଦବ- ମାଲକାନଗିରି ,ଏସ.କେ ସିଂହ -ଗଜପତି ,ଭାସ୍କର ଜ୍ୟୋତି ଶର୍ମା – ଅନୁଗୁଳ , ଶାଶ୍ୱତ ମିଶ୍ର – ଖୋର୍ଦ୍ଧା , ପ୍ରମୋଦ ମେହେର୍ଦ୍ଧା – ବାଲେଶ୍ୱର , କ୍ରିଷନ କୁମାର- ସୋନପୁର , ଆର.ରଘୁ ପ୍ରସାଦ – ଦେବଗଡ , ମନୋଜ ମିଶ୍ର -ଜଗତସିଂହପୁର , ଅର୍ଚ୍ଚନା ପଟ୍ଟନାୟକ – ବୌଦ୍ଧ , ଏନ.ବି ଜୱାଲେ -ବରଗଡ , ରୂପା ମିଶ୍ର – ଝାରସୁଗୁଡା ଏବଂ ସଚିନ ଆର ଯାଦବ – ନୂଆପଡା ।