ଜୁନିୟର ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସର ଚଢ଼ଉ ଜିଲ୍ଲା By Nitidin Last updated Nov 23, 2020 Share ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଯୋଗାଣ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ କୁମ୍ଭପାଣି ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ଭିଜିଲାନ୍ସ ବିଭାଗର ତିନୋଟି ଟିମ ଏକକାଳିନ ବରଗଡ଼ ସ୍ଥିତ ଭଡା ଘର, କାର୍ଯ୍ୟାଳୟ ଓ ବଲାଙ୍ଗିର ସ୍ଥିତ ପୈତୃକ ବାସଭବନରେ ଚଢ଼ଉ କରିଥିଲେ। ବର୍ତ୍ତମାନ ସୁଦ୍ଧା ରେଡ ଜାରି ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ। ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ଚାଲିଥିବା ଏହି ଚଢ଼ଉରେ ଇନସପେକ୍ଟର ଏଲ ସି ଛତ୍ରିଆ, ଇନସପେକ୍ଟର ପି ବାଗେ ପ୍ରମୁଖ ସାମିଲ ହୋଇଛନ୍ତି। Share