କେନ୍ଦୁଝର,ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଦ୍ୟୁତ୍ ବିଭାଗର ଏସଡିଓ ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଚାଲିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଭିଜିଲାନ୍ସର ୪ଟି ଟିମ୍ ଏକକାଳୀନ ମହେଶ୍ୱରଙ୍କ କେନ୍ଦୁଝର ସ୍ପଞ୍ଜ କଲୋନୀରେ ଥିବା ନିଜ ଘର, ଘଟଗାଁର ନିଜର ଓ ଭାଇଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ। ଏହା ସହିତ ରିମୁଳିରେ ଥିବା ମହେଶ୍ୱରଙ୍କ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ମିଟର ରିଡିଂ ବିଭାଗର ଏସଡିଓ ଅଛନ୍ତି ମହେଶ୍ଵର ସେଠୀ।
ବାଲେଶ୍ୱର ଏଏସପିଙ୍କ ନେତୃତ୍ୱରେ ୨ ଡିଏସପି ଓ ୫ ଇନ୍ସପେକ୍ଟର ଚଢ଼ଉରେ ସାମିଲ ଅଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ କେତେ ହେବ, ତାର ଆକଳନ ଆରମ୍ଭ ହୋଇଛି। ଏନେଇ ଭିଜିଲାନ୍ସ ପକ୍ଷରୁ ବିଶେଷ ସୂଚନା ମିଳିନାହିଁ।