ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

  • ବରଗଡ଼: ବରଗଡ଼ର ବେହେରାପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପାଇଁ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ୩ଟି ଟିମ୍ ଏକକାଳୀନ ଚଢ଼ଉ କରିଛନ୍ତି। ଶ୍ରୀ ପାଢ଼ୀଙ୍କ ବରଗଡ଼ ମାତୃବିହାରଠାରେ ଗୋଟିଏ ୨ ମହଲା କୋଠା ଏବଂ ଦୁଇଟି ପ୍ଲଟ୍, ଗୋଟିଏ ମିନି ଟ୍ରକ ଓ ଟ୍ରାକ୍ଟର, ୨ଟି ବାଇକ, ୫.୫୭ ଲକ୍ଷ ଟଙ୍କାର ବୀମା ଏବଂ ନଗଦ ୬୯,୧୨୦ ଟଙ୍କା ଠାବ ହୋଇଛି। ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ମିଶାଇ ମୋଟ୍ ୭୦ ଲକ୍ଷ ଟଙ୍କା ଠାବ ହୋଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଜାରି ଥିବା ଜଣାପଡ଼ିଛି।