ସୁନ୍ଦରଗଡ,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ। ସୁନ୍ଦରଗଡ ଜିଲ୍ଲାର ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। କାସାଙ୍ଗରେ ୫ଟି ସ୍ଥାନରେ ଚଢାଉ ଜାରି ରଖାଯାଇଛି।
ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି। ସୁନ୍ଦରଗଡସ୍ଥିତ ଅଫିସ, ତଳଶଙ୍କରା ମୌଜାରେ ୩ ମହଲା ବିଶିଷ୍ଟ ଘର, କୁକୁରିଡିହିସ୍ଥିତ ପୈତୃକ ଘର, ସୁନ୍ଦରଗଡ ଲେଫ୍ରିପଡାସରେଇ କେଲାସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ଚଢାଉ କରୁଛି।
ସୁନ୍ଦରଗଡ ଭିଜିଲାନ୍ସ ସ୍ପେଶାଲ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢାଉ ଜାରି ରହିଛି। ଭିଜିଲାନ୍ସର ଏହି ଚଢାଉରେ ୫ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର, ୪ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ରହିଛନ୍ତି।