ନୂଆଦିଲ୍ଲୀ,ଏଜେନ୍ସି: ଆଜିଠାରୁ ଭାରତ ଓ ନେପାଳ ମଧ୍ୟରେ ଟ୍ରେନ ସେବା ଆରମ୍ଭ ହେବ। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ନେପାଳ ସମକକ୍ଷ ଶେର ବାହାଦୂର ଦେଓବା ଶନିବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯାତ୍ରୀ ରେଳ ସେବାର ଶୁଭାରମ୍ଭ କରିବେ। ଅପରାହ୍ନ ୧୨ଟା ୧୫ରେ ମୋଦୀ ଏହାର ଶୁଭ ଉଦ୍ଘାଟନ କରିବେ।
ଟ୍ରେନ୍ରେ ବିହାରର ଜୟନଗର ଠାରୁ ନେପାଳର କୁର୍ଥା ଯାତ୍ରା କରିବାକୁ ଭାରତୀୟ ଓ ନୋପଳି ନାଗରିକଙ୍କୁ ସୁଯୋଗ ମିଳିବ। ଭାରତୀୟ ନାଗରିକଙ୍କୁ ଯାତ୍ରା ପାଇଁ ନିଜ ସାଥୀରେ ଏକ ଫଟୋ ପରିଚୟ ରଖିବାକୁ ପଡ଼ିବ। ନେପାଳରେ ଏହା ପ୍ରଥମ ବ୍ରଡ ଗେଜ ରେଳ ସେବା ହେବ। ସୂଚନାଯୋଗ୍ୟ ଏହା ପୂର୍ବରୁ ୨୦୧୪ ପର୍ଯ୍ୟନ୍ତ ନେପାଳ ଦ୍ବାରା ପରିଚାଳିତ ଜୟନଗର ଓ ଜନକପୁର ମଧ୍ୟରେ ଏକ ନାରୋ ଗେଜ ସେବା ଚାଲିଥିଲା।
ଏହି ମାର୍ଗରେ ରେଳ ସେବା ପରିଚାଳନା କରିବା ପାଇଁ କୋଙ୍କଣ ରେଳ କର୍ପୋରେଶନ ଲିମିଟେଡ ଦ୍ବାରା ୧୬୦୦ ଏଚପି ଡେମୁ ପାସେଞ୍ଜର ରେକର ୨ ସେଟର ଯୋଗାଇ ଦିଆଯାଇଛି। ଏହି ୨ ଡେମୁ ରେକରେ ନନ-ଏସି ବ୍ୟତୀତ ପ୍ରତ୍ୟେକରେ ୨ଟି ଏସି କୋଚ ରହିଛି। ଏହା ୨୦୨୦ ସେପ୍ଟେମ୍ବର ୧୮ରେ ହସ୍ତାନ୍ତର କରାଯାଇଥିଲା।