ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ବିଦ୍ୟୁତ ମହୋତ୍ସବ

ସଇଁନ୍ତଲା,ଏନ୍ଏନ୍ଏସ୍: ଭାରତର ସ୍ବାଧୀନତାର ୭୫ ବର୍ଷକୁ ଆଜାଦିର ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶକ୍ତି ମନ୍ତ୍ର।ଳୟ, ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାର ଗ୍ରୀଡ଼, ଓପିଟିସିଏଲ ଏବଂ ଟିପିଏସଓଡ଼ିଏଲ ମିଳିତ ଭାବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ବଡ଼ମାଲ ଗୋଳାବାରୁଦ କାରଖାନା ଅଫିସର ବ୍ଲକ୍‌ ଠାରେ ବିଦ୍ୟୁତ ମହୋତ୍ସବ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଆନନ୍ଦ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିବାବେଳେ ବଡ଼ମାଲ ଗୋଳାବାରୁଦ କାରଖାନାର ଜେନେରାଲ ମାନେଜର ପ୍ରଦୀପ କୁମାର ଦାସ, ବଲାଙ୍ଗିର ଏଡିଏମ୍‌ ଅନନ୍ତ ନାରାୟଣ ଲାଗୁରୀ, ଓପିଟିସିଏଲ୍‌ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଦୀପ ସେନଗୁପ୍ତା, ଜେନେରାଲ ମାନେଜର ସୁରେଶ କିଷାନ, ବୀରେନ୍ଦ୍ର ଦାସ, ଡିଜିଏମ୍‌ ପ୍ରଦୀପ କୁମାର ସାହୁ, ଏଜିଏମ୍‌ ମକୁନ୍ଦ ମାଝୀ, ରଞ୍ଜନ କୁମାର ନାୟକ, ସଞ୍ଜୀବ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ। କୁମ୍ଭାରୀ ଓଡିଶୀ ଅନୁଷ୍ଠାନ ପକ୍ଷରୁ ନାଟକ ପରିବେଷଣ କରି ସଚେତନତା ମଧ୍ୟ କରାଯାଇଥିଲା। କାରଖାନାର କର୍ମଚାରୀ ମାନେ ସହଯୋଗ କରିଥିଲେ।