ଚିଠି ଲେଖି ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ ଅଧୀର

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଚିଠି ଲେଖି ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ମାଗିଛନ୍ତି । ରାଷ୍ଟ୍ରପତିଙ୍କ ଲାଗି ତାଙ୍କ ବିବାଦୀୟ ବୟାନ ‘ରାଷ୍ଟ୍ରପତ୍ନୀ’ ଲାଗି ଅଧୀର କ୍ଷମା ପ୍ରାର୍ଥନା କରିଛନ୍ତି । ପାଟିରୁ ଭୁଲବଶତଃ ବାହାରି ଯାଇଥିଲା ଏବଂ ଆପଣ ମୋ କ୍ଷମାକୁ ଗ୍ରହଣ କରନ୍ତୁ ବୋଲି ଅଧୀର ଚିଠିରେ ଉଲ୍ଲେଖ କରିଛନ୍ତି ।

ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ କେନ୍ଦ୍ର କରି ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ଆଜି ବି ସଂସଦରେ ହଙ୍ଗାମା ହୋଇଥିଲା ଓ ଗୃହ ଚାଲିପାରି ନଥିଲା ।