ଶାଗୁଆନ ଜଙ୍ଗଲରେ ବାଘ ବୁଲୁଥିବା ଭିଡିଓ ଭାଇରଲ, ଲୋକଙ୍କ ମନରେ ଭୟର ବାତାବରଣ

ପାଟଣା,ଏନ୍ଏନ୍ଏସ୍:କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡୁମୁରିଆ ଅଞ୍ଚଳର କୌଣସି ଶାଗୁଆନ ଜଙ୍ଗଲରେ ଏକ ମହାବଳ ବାଘ ଗର୍ଜନ କରି ବୁଲୁଥିବା ଭିଡିଓ ଉକ୍ତ ଅଞ୍ଚଳରେ ଭାଇରାଲ ହେବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ଭିଡିଓଟି ଉକ୍ତ ଅଞ୍ଚଳର ନା ଅନ୍ୟ କୋଉଁ ଅଞ୍ଚଳ ଭିଡିଓ ତାହା ତଦନ୍ତ ପାଇଁ ଦାବି ହୋଇଛି।

ଘଟଣା ସମ୍ପର୍କରେ ପାଟଣା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ଟିକେଶ୍ୱର ମହାନ୍ତଙ୍କୁ ପଚାରିବାରୁ ଭିଡିଓର ସତ୍ୟାସତ୍ୟ ଉପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି କହିଛନ୍ତି। ଅନ୍ୟପଟେ କେହି ଲୋକଙ୍କୁ ଭୟଭୀତ କରାଇବା ପାଇଁ ଏଭଳି ଭିଡିଓ କରିଥାଇପାରେ ବୋଲି ଆଲୋଚନା ହେଉଥିବା ବେଳେ ପ୍ରକୃତରେ ଏ ଅଞ୍ଚଳରେ ବାଘ ଘୁରି ବୁଲୁଛି କି ନାହିଁ ତାହା ତଦନ୍ତ କରିବାକୁ ଦାବି ହୋଇଛି।