ପଶ୍ଚିମ ନୌସେନା କମାଣ୍ଡର ଚିଫ ଅଫ୍‌ ଷ୍ଟାଫ ହେଲେ କ୍ରୀଷ୍ଣା ସ୍ୱାମୀନାଥନ

ମୁମ୍ବାଇ,ଏଜେନ୍ସି: ନୈସେନାର ଉପ ଆଡମିରାଲ୍ କ୍ରୀଷ୍ଣା ସ୍ୱାମୀନାଥନଙ୍କୁ ପଦୋନ୍ନତି ମିଳିଛି। ୱେଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡର ଚିଫ ଅଫ ଷ୍ଟାଫ୍ ଭାବରେ ନୂଆ ଦାୟିତ୍ୱ ସମ୍ଭାଳିବେ ଆଡମିରାଲ୍ କ୍ରୀଷ୍ଣା ସ୍ୱାମୀନାଥନ। ଏନେଇ ଜଣେ ପ୍ରତିରକ୍ଷା ଅଧିକାରୀ ଟୁଇଟ କରି ସୂଚନା ଦେଇଛି।

ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ଶିକ୍ଷା ଲାଭ କରିଥିବା କ୍ରୀଷ୍ଣା ସ୍ୱାମୀନାଥନ ୧୯୮୭ ମସିହା ଜୁଲାଇ ୧ ତାରିଖରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲେ। ଯୋଗାଯୋଗ ଏବଂ ବୈଦ୍ୟୁତିକ ଯନ୍ତ୍ରାସଂ ବିଶେଷଜ୍ଞ ଭାବେ ତାଙ୍କର ବେସ ପାରଦର୍ଶିତା ରହିଛି। ସେ ତାଙ୍କ କାର୍ଯ୍ୟକାଳରେ କ୍ଷେପଣାସ୍ତ୍ର ଜାହାଜ ଆଇଏନଏସ୍ ବିଦ୍ୟୁତ ଏବଂ ବିନାଶ, କ୍ଷେପଣାସ୍ତ୍ର ଆଇଏନଏସ କୁଲିଶ, ଗାଇଡ୍ ମିସାଇଲ୍ ବିନାଶକ ଆଇଏନଏସ୍ ମହୀଶୁର ଏବଂ ବିମାନ ପରିବହନକାରୀ ଆଇଏନଏସ୍ ବିକ୍ରମାଦିତ୍ୟରେ କମାଣ୍ଡିଂ ଅଧିକାରୀ ଭାବେ ଏକାଧିକ ଅଭ୍ୟାସର ନେତୃତ୍ୱ ନେଇଛନ୍ତି। ଭାରତୀୟ ନୌସେନାର ପ୍ରମୁଖ ସାମରିକ ଅଭ୍ୟାସ ଓ କାର୍ଯ୍ୟାନୁଷ୍ଠାନରେ ବିଶେଷ ଭାବେ ଯୋଗଦାନ ଦେଇଥିବା ସ୍ୱାମୀନାଥନଙ୍କୁ ସେବାରେ ଉତ୍କର୍ଷତା ପାଇଁ ଅତି ବିଶିଷ୍ଟ ସେବା ପଦକ ସମେତ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।

ସ୍ୱାମୀନାଥନ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ବିଏସସି ଡିଗ୍ରୀ, କୋଚିନ୍ ବିଜ୍ଞାନ ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଟେଲିକମ୍ ଯୋଗାଯୋଗରେ ଉଚ୍ଚଶିକ୍ଷା ମଧ୍ୟ ଲାଭ କରିଛନ୍ତି। ସେହିପରି ଲଣ୍ଡନର କିଙ୍ଗ କଲେଜରୁ ପ୍ରତିରକ୍ଷା ଅଧ୍ୟୟନରେ ଏମଏ ମଧ୍ୟ କରିଛନ୍ତି।