ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆମ୍ବେଙ୍କ ସମେତ ୭ଙ୍କୁ ପଦ୍ମ ବିଭୂଷଣ, ୧୦ ହସ୍ତିଙ୍କୁ ପଦ୍ମ ଭୂଷଣ ଓ ୧୦୨ଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୦ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୨ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆମ୍ବେ, ଗାୟକ ଏସପି ବାଲାସୁବ୍ରମଣ୍ୟମ୍, ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଓଡ଼ିଶାର ଚର୍ଚ୍ଚିତ ମୂର୍ତ୍ତିକାର ସୁଦର୍ଶନ ସାହୁଙ୍କୁ ଦିଆଯାଇଛି। ଆସାମର ପୂର୍ବତନ ଉଖ୍ୟମନ୍ତ୍ରୀ ତରୁଣ ଗୋଗୋଇ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ, ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଓ ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ପ୍ରମୁଖଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି। ଅନ୍ୟପଟେ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ, କଳା କ୍ଷେତ୍ର ଲାଗି କଙ୍ଗନା ରନାୱତ, ସରିତା ଯୋଶୀ, ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନା ଓ ବ୍ରିଟିଶ ଫିଲ୍ମ ନିର୍ଦ୍ଦେଶକ ପିଟର ବ୍ରୁକଙ୍କ ସମେତ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।