ଉତ୍ତର ପ୍ରଦେଶ: ଯିବାକୁ ପଡ଼ିବନି ଆରଟିଓ, ଡିଲର ଜାରି କରିବେ ଗାଡ଼ିର ନମ୍ବର

ଗାଜିଆବାଦ୍‌,ଏଜେନ୍ସି: ଉତ୍ତର ପ୍ରଦେଶରେ ଏଣିକି ଯଦି ଜଣେ କେହି ନୂଆ ଗାଡି କିଣୁଛନ୍ତି, ତାଙ୍କୁ ତୁରନ୍ତ ଡିଲର ପଏଣ୍ଟରୁ ନମ୍ବର ଜାରି କରିଦିଆଯିବ। ଗାଡ଼ିରେ ଏଣିକି ଅସ୍ଥାୟୀ ନମ୍ବର ଲଗାଇବାକୁ ପଡ଼ିବ ନାହିଁ। ଏହି ବ୍ୟବସ୍ଥା ପୂରା ରାଜ୍ୟରେ ଚଳିତ ମାସ ୮ ତାରିଖ ଠାରୁ ଲାଗୁ ହୋଇଯିବ। ଏହି ବ୍ୟବସ୍ଥାକୁ ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ଉନ୍ନାଓରେ ଆରମ୍ଭ କରାଯାଇଥିଲା। ପ୍ରକଳ୍ପକୁ ସଫଳତା ମିଳିବା ପରେ ରାଜ୍ୟବ୍ୟାପୀ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଡିଲର ପଏଣ୍ଟରେ ବାହନର ସମସ୍ତ ପ୍ରମାଣପତ୍ର ଏବଂ ଟ୍ୟାକ୍ସ ଜମା କରିବା ପରେ ନମ୍ବର ଜାରି ହୋଇଯିବ। ଆରଟିଓର ଭୂମିକା କେବଳ ଏହି କାର୍ଯ୍ୟବାହୀର ଯାଞ୍ଚ କରିବାକୁ ହେବ। କୁହାଯାଉଛି ଯେ, ସରକାରଙ୍କ ଉଦ୍ଦେଶ୍ୟ ଆରଟିଓରେ ଦଲାଲୀ ରାଜକୁ ଶେଷ କରିବାକୁ ଚାହୁଁଛନ୍ତି। ଅନ୍ୟପଟରେ ଆରଟିଓ କର୍ମଚାରୀଙ୍କ କହିବା ଅନୁସାରେ ଘରୋଇ କର୍ମଚାରୀ ଯେତେ ସତର୍କ ରହି ଯାଞ୍ଚ କଲେ ବି ସମସ୍ୟା ରହିଯିବ।