ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୯୫ ଟ୍ରେନ୍ ବାତିଲ କଲା ରେଳବାଇ ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରେଳବାଇ ସତର୍କତାମୂଳକ ପଦକ୍ଷେପ ଭାବରେ ୯୫ ଟ୍ରେନ୍ ବାତିଲ କରିଛି। ଡିସେମ୍ବର ୩ ଏବଂ ୪ ପାଇଁ ୯୫ ମେଲ ଏବଂ ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ମିଳିଥିବା ସୂଚନା ଅନୁସାରେ ଉପକୂଳ ଓଡିଶାକୁ ୧୬୦ କିଲୋମିଟରରୁ ଅଧିକ ପବନର ବେଗ ସହିତ ଅତ୍ୟଧିକ ଭୟଙ୍କର ବାତ୍ୟା ଭାବରେ ପ୍ରଭାବିତ କରିପାରେ।

ପୂର୍ବାନୁମାନ ଅନୁଯାୟୀ ଗୁରୁବାର ବେଳକୁ ଘନୀଭୂତ ହୋଇ ଏକ ଅବପାତର ରୂପନେବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ- ବଙ୍ଗୋପସାଗର ଅଞ୍ଚଳରେ ଏହା ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଉତ୍ତର – ପଶ୍ଚିମ ଦିଗକୁ ଗତି ଗତି କରିବା ସହ ଆହୁରି ତୀବ୍ର ହେବା ସହ ୪ ଡିସେମ୍ବର ସକାଳ ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ – ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି।