ବେଦାନ୍ତ ଝାରସୁଗୁଡ଼ାକୁ ମିଳିଲା ଆପେକ୍ସ ଇଣ୍ଡିଆ ଗ୍ରୀନ୍ ଲିଫ୍ ‘ପ୍ଲାଟିନମ’ ଆୱାର୍ଡ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଧାତୁ ଏବଂ ଖଣି ବର୍ଗର ସ୍ଥାୟୀତ୍ୱରେ ଉଲ୍ଲେଖନୀୟ ସଫଳତା ପାଇଁ ଭାରତର ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ସର୍ବବୃହତ କମ୍ପାନୀ ବେଦାନ୍ତ ଝାରସୁଗୁଡ଼ା ଆପେକ୍ସ ଇଣ୍ଡିଆ ଗ୍ରୀନ୍ ଲିଫ୍ ପ୍ଲାଟିନମ୍ ଆୱାର୍ଡ ପାଇଛି । ଧାତୁ ଓ ଖଣିଜ ସମ୍ପଦ କ୍ଷେତ୍ରରେ ବିଶିଷ୍ଟ ପୁରସ୍କାର ମଧ୍ୟରେ ‘ପ୍ଲାଟିନମ୍’ ହେଉଛି ସର୍ବୋଚ୍ଚ ବର୍ଗ। ଏହି କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଏବଂ ଉତ୍କର୍ଷ କାର୍ଯ୍ୟ ଦକ୍ଷତାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପରେ ବେଦାନ୍ତ ବିଜେତା ଭାବରେ ମନୋନୀତ ହୋଇଛି। ୧୮୦ରୁ ଅଧିକ ଶିଳ୍ପ ସଂଗଠନ ଏହି ମୂଲ୍ୟାଙ୍କନରେ ଭାଗ ନେଇଥିଲେ। ବେଦାନ୍ତର ବ୍ୟବସାୟିକ ଅଭ୍ୟାସ ଅର୍ଥନୈତିକ, ପରିବେଶ ଏବଂ ସାମାଜିକ ପ୍ରଭାବର ତିନୋଟି ପ୍ରାଥମିକ ସ୍ତମ୍ଭ ଉପରେ ଆଧାରିତ। ଏହି ଉଦ୍ଦେଶ୍ୟରେ କମ୍ପାନୀ ବେଦାନ୍ତ ସ୍ଥିରତା ନିଶ୍ଚିତତା କାର୍ଯ୍ୟକ୍ରମ (ଭିଏସଏପି) ପ୍ରତିଷ୍ଠା କରିଛି। ଆଇଏଫସି ଏବଂ ଆଇସିଏମଏମ ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଏକ ଦୃଢ଼ କାର୍ଯ୍ୟ ବ୍ୟବସ୍ଥା କରାଯାଇଛି ଯାହାକି କମ୍ପାନୀର କାର୍ଯ୍ୟକୁ ମାର୍ଗଦର୍ଶନ କରିଥାଏ। ସ୍ଥିରତାର ବ୍ୟାପକ ଆକାରରେ ୩୪ଟି ଉପାଦାନ ମଧ୍ୟରେ କାର୍ଯ୍ୟଦକ୍ଷତା ମପାଯାଏ ଯେପରିକି ନେତୃତ୍ୱ, ପ୍ରକ୍ରିୟା ସୁରକ୍ଷା ଏବଂ ପରିବର୍ତ୍ତନ ପରିଚାଳନା, ନିରନ୍ତର ଉନ୍ନତି, ସାମାଜିକ ସ୍ଥିରତା, ଉତ୍ସ ବ୍ୟବହାରର ପରିଚାଳନା, ସ୍ୱାସ୍ଥ୍ୟ, ନିରାପତ୍ତା ଓ ପରିବେଶ ପରିଚାଳନା ଇତ୍ୟାଦ ସାମିଲ ରହିଛିି।
ଏହି ପରିପ୍ରେକ୍ଷୀରେ ବେଦାନ୍ତ ସିଇଓ ଶ୍ରୀଯୁକ୍ତ ସିଏନ ସିଂ କହିଛନ୍ତି ଯେ, “ବେଦାନ୍ତର କାର୍ଯ୍ୟକଳାପ ସର୍ବୋତ୍ତମ ଆନ୍ତର୍ଜାତୀୟ ମାନକ ସହିତ ଅଙ୍କିତ ଏବଂ ଦୃଢ଼ ସ୍ଥାୟୀତ୍ୱ ଢାଞ୍ଚା ଦ୍ୱାରା ପରିଚାଳିତ। ଆମର ବ୍ୟବସାୟିକ ଆବଶ୍ୟକତା ଏବଂ ସାମାଜିକ ଦାୟିତ୍ୱ ଜିରୋ ହର୍ମ, ଜିରୋ ୱେଷ୍ଟ ଏବଂ ଜିରୋ ଡିସଚାର୍ଜ ପରିସରରେ ପ୍ରତିଷ୍ଠିତ ହୋଇଛି ଏବଂ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ଲାଭ କରିବା, ସବୁଜ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ଏବଂ ସମ୍ବଳକୁ ନ୍ୟାୟପୂର୍ଣ୍ଣ ଭାବରେ ବ୍ୟବହାର କରିବା ପାଇଁ ଏକ ଅଦମ୍ୟ ପ୍ରତିବଦ୍ଧତା ମାଧ୍ୟମରେ ପୂରଣ ହୋଇଛି ଯଦ୍ୱାରା ଆମେ ପରିବେଶ, ସମ୍ପ୍ରଦାୟ, ଅଂଶୀଦାର ଏବଂ ଗ୍ରାହକଙ୍କ ଧ୍ୟାନ ରଖିପାରିଛୁ। ଆପେକ୍ସ ଇଣ୍ଡିଆ ଗ୍ରୀନ୍ ଲିଫ୍ ପ୍ଲାଟିନମ୍ ପୁରସ୍କାର ସେହି ପ୍ରତିଶ୍ରୁତି ବିରୁଦ୍ଧରେ ଆମର ପ୍ରୟାସର ସାକ୍ଷ୍ୟ।’