କୋଭିଡ ଚିକିତ୍ସାଳୟକୁ ଭେଣ୍ଟିଲେଟର, ଆଇସିୟୁ ବେଡ୍ ଓ ଅମ୍ଲଜାନ ଯୋଗାଇଲା ବେଦାନ୍ତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡାସ୍ଥିତ ବେଦାନ୍ତ କମ୍ପାନୀ ପକ୍ଷରୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ୨୦ଟି ଆଇସିୟୁ ବେଡ୍, ୨୦ଟି ଭେଣ୍ଟିଲେଟର, ୨ ଶହଟି ଅମ୍ଳଜାନ ଫ୍ଲୋ-ମିଟର ଏବଂ ୨ ହଜାରଟି ଏନ-୯୫ ମାସ୍କ ଯୋଗାଇ ଦିଆଯାଇଛି। ସେହିପରି ଚିକିତ୍ସାଳୟରେ ନିରନ୍ତର ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଏକ ଡିଜେଲ ଜେନେରେଟର(ଡିଜି) ସେଟ୍ ମଧ୍ୟ ଲଗାଇଛି। ଲଜିଷ୍ଟିକ ସହାୟତା ପାଇଁ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସହିତ ୨୪୭ଟି ଆମ୍ବୁଲାନ୍ସ ଯୋଗାଇ ଦେଇଛି। କରୋନା ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ବେଦାନ୍ତ ସବୁବେଳେ ସାହାଯ୍ୟ କରିଆସୁଛି।

ଏହି ପରିପ୍ରେକ୍ଷୀରେ ବେଦାନ୍ତ, ଝାରସୁଗୁଡ଼ା ସିଇଓ ସିଏନ ସିଂ କହିଛନ୍ତି ‘ଏହିପରି ଆବଶ୍ୟକତା ସମୟରେ ଆମେ ରାଜ୍ୟ ସରକାର ଏବଂ ଓଡିଶାବାସୀଙ୍କ ସହ ଛିଡା ହୋଇଛୁ। ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ରାଜ୍ୟ ପ୍ରଶାସନକୁ ସମସ୍ତ ସହାୟତା ପ୍ରଦାନ କରୁଛୁ। ଆମେ ଆମର କର୍ମଚାରୀ ଏବଂ ପରିବାରକୁ ଏହି ରୋଗରୁ ରକ୍ଷା କରିବା ପାଇଁ ସବୁ ଦିଗରେ କାର୍ଯ୍ୟ କରୁଛୁ। ଏହି ରୋଗର ପ୍ରଭାବଶାଳୀ ପରିଚାଳନାରେ ଜିଲ୍ଲା କୋଭିଡ ହସ୍ପିଟାଲକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇବାରେ ଆମେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ ବୋଲି ଶ୍ରୀ ସିଂ କହିଛନ୍ତି।’

ଅନ୍ୟପଟେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଲାଲ ମୋହନ ରାଉତରାୟ କମ୍ପାନୀର ସମର୍ଥନକୁ ପ୍ରଶଂସା କରି କହିଛନ୍ତି, କୋଭିଡ ମହାମାରୀ ବିରୋଧରେ ବେଦାନ୍ତ ଜିଲ୍ଲା ପ୍ରଶାସନ ଏବଂ ଝାରସୁଗୁଡାର ଲୋକଙ୍କ ସହ ସର୍ବଦା ଛିଡା ହୋଇଛି। ଜିଲ୍ଲା କୋଭିଡ ହସ୍ପିଟାଲରେ କାର୍ଯ୍ୟ କରିବାରେ ସେମାନଙ୍କର ସମର୍ଥନ ଆମ ଲୋକଙ୍କ ଜୀବନ ବଞ୍ଚାଇବାରେ ମହତ୍ୱପୂର୍ଣ୍ଣ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।