ମହାରାଷ୍ଟ୍ରରେ ‘ବ୍ଲାକ ଫଙ୍ଗସ’କୁ ମହାମାରୀ ଘୋଷିତ କଲେ ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ମାମଲା ସାଙ୍ଗକୁ ବ୍ଲାକ ଫଙ୍ଗସ ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟରେ ବ୍ଲାକ ଫଙ୍ଗସ ଯୋଗୁ ବର୍ତ୍ତମାନ ସୁଦ୍ଧା ୧୨୦ଜଣଙ୍କର ମୃତ୍ୟୁ ଘଟିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ବ୍ଲାକ ଫଙ୍ଗସକୁ ମହାମାରୀ ରୂପେ ଘୋଷିତ କରିଛନ୍ତି।

ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୨୨୪୫ ବ୍ଲାକ ଫଙ୍ଗସ ମାମଲା ରହିଛି। ବ୍ଲାକ ଫଙ୍ଗସ ରୋଗୀଙ୍କୁ ରାଜ୍ୟ ହସ୍ପିଟାଲରେ ମହାତ୍ମା ଜ୍ୟୋତିବା ଫୁଲେ ଜନ ଆରୋଗ୍ୟା ଯୋଜନା ଅନ୍ତର୍ଗତ ମାଗାଣାରେ ଚିକିତ୍ସା କରାଯିବ।