ଜୟପୁର ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ଜୟପୁର,ଏନ୍ଏନ୍ଏସ୍ : ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଦ୍ୱାରା ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶବ ବ୍ୟବଚ୍ଛେଦ ଗୃହ ଉଦଘାଟିତ ହୋଇଯାଇଛି। ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସୋଏ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ବିମଳା ଚାଲାଣ, ସରପଞ୍ଚ ଚନ୍ଦ୍ରିକା ଯାନୀ, ଜିଲ୍ଲା ପରିଷଦ ସଦସ୍ୟ ଏଲ୍ ନାରାୟଣ ରାଓ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ବିଧାୟକ ବାହିନୀପତି ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସଏଙ୍କ ଉପସ୍ଥିତିରେ ପୌରାଞ୍ଚଳ ଅଧୀନ ଖ୍ରୀଷ୍ଟିଆନ୍ ପେଟ୍ଟା, ବାଇପାସ୍ ରୋଡ୍, ମାଦଳା ସାହି, ଲାଲଗୁଡ଼ା, ଗାଦବା ସାହି, କୁମ୍ଭାର ସାହି, ଢେପଗୁଡ଼ା ଅଞ୍ଚଳରେ ପରିଚୟ ଗୃହ ଲୋକାର୍ପଣ କରିଥିଲେ। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଆତ୍ମନିର୍ଭରଶୀଳ କରିବା ଓ ଜୟପୁର ସହରକୁ ପ୍ରଦୂଷଣ ମୁକ୍ତ ରଖିବା ନିମନ୍ତେ ମହିଳା ଏସଏଚଜିକୁ ବିଧାୟକ ବାହିନୀପତି ବେଟେରୀ ଚାଳିତ ଗାଡ଼ି ପ୍ରଦାନ କରିଥିଲେ।