ଖୁବଶୀଘ୍ର ୧୨-୧୮ ବର୍ଗଙ୍କ ପାଇଁ ଆସିବ ଟିକା

  • ନୂଆଦିଲ୍ଲୀ: କରୋନାର ତୃତୀୟ ଲହରକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ମଧ୍ୟରେ ଭଲ ଖବର ଆସିଛି। ୧୨-୧୮ ବର୍ଗଙ୍କ ପାଇଁ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକା ଜିକୋଭି-ଡିର କ୍ଲିନିକାଲ ଟ୍ରାଏଲ ବର୍ତ୍ତମାନ ଶେଷ ହୋଇଛି। ଖୁବଶୀଘ୍ର ଭାରତରେ ଏହାର ବ୍ୟବହାର ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।
    ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ, ଜାୟଡସ କାଡିଲା ଗୋଟିଏ ଡିଏନଏ ଉପରେ ଟିକା ବାହାର କରିଛି। ଏହାର କ୍ଲିନିକାଲ ଟ୍ରାଏଲ ୧୨ରୁ ୧୮ ବର୍ଷ ବର୍ଗର କିଶୋରଙ୍କ ଉପରେ କରାଯାଇଥିଲା। ଏହା ଏବେ ବେଶ ସଫଳତାର ସହ ଶେଷ ହୋଇଛି। ତେଣୁ ସଂସ୍ଥାକୁ ଏହାର ଜରୁରୀକାଳୀନ ଓ ସୀମିତ ବ୍ୟବହାର ପାଇଁ ଖୁବଶୀଘ୍ର ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।