ଟିକାକରଣ ରଣନୀତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି : ଏନଆଇବି

ନୂଆଦିଲ୍ଲୀ: କରୋନା ଭାଇରସର ଓମିକ୍ରନ ଭ୍ୟାରିଏଣ୍ଟର କୋଭିସିଲ୍ଡ, କୋଭାକ୍ସିନ ଓ ୨ଟି ମିଶ୍ରଣର ଡୋଜ୍ ନେଇଥିବା ଲୋକଙ୍କଠାରେ ଆଣ୍ଟିବଡ଼ି ସ୍ତର ୬ ମାସ ପରେ ଘଟିଥାଏ । ଏଥିପାଇଁ ଟିକାକରଣ ରଣନୀତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଏନଆଇବି ପୁଣେର ଅଧ୍ୟକ୍ଷ ଏହି ସଙ୍କେତ ଦେଇଛନ୍ତି ।

ଏନଆଇବି ବୈଜ୍ଞାନିକ ଡା. ପ୍ରଜ୍ଞା ଯାଦବ କହିଛନ୍ତି ଯେ, ଡେଲ୍ଟା ଓ ଅନ୍ୟ ଚିନ୍ତାଜନକ ଭ୍ୟାରିଏଣ୍ଟ ମାମଲାରେ ପ୍ରଥମ ଡୋଜ କୋଭିସିଲ୍ଡ ଓ ଦ୍ୱିତୀୟ ଡୋଜ କୋଭିସିଲ୍ଡ ଦେବା ପରେ ଭଲ ପରିଣାମ ମିଳିଛି ।