୨ ବର୍ଷ ପରେ ସ୍କୁଲ ଖୋଲୁଥିବାରୁ ଅଭିଭାବକଙ୍କ ସହ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଶିକ୍ଷା ମଡେଲକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥାଏ । ଅନ୍ୟପଟେ ଆମ ଆଦମି ପାର୍ଟି ମଧ୍ୟ ନିଜ ଶିକ୍ଷା ମଡେଲ ଓ ସ୍କୁଲରେ କରାଯାଇଥିବା ପରିବର୍ତ୍ତନକୁ ସମ୍ବନ୍ଧରେ ଲଗାତାର ଭାବେ ଆଲୋଚନା କରିଥାଏ । ଆଜି ଏହି ମଡେଲ ଅନ୍ତର୍ଗତ ଦିଲ୍ଲୀ ସରକାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମେଗା ସମ୍ବାଦ କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି ଅବସରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ଦିଲ୍ଲୀର ସମସ୍ତ ସ୍କୁଲରେ ଛାତ୍ର ଓ ସ୍କୁଲ ପ୍ରବନ୍ଧନ ମଧ୍ୟରେ ମେଗା ଅଭିଭାବକ ଓ ଶିକ୍ଷକ ବୈଠକ ମଧ୍ୟ ଆୟୋଜିତ କରାଯାଉଛି ।

ସୂଚନାଯୋଗ୍ୟ, କରୋନା ଯୋଗୁ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଦିଲ୍ଲୀର ସ୍ଥିତି ଏବେ ସୁଧୁରିବାରେ ଲାଗିଛି । ପାଖାପାଖି ୨ ବର୍ଷ ପରେ ଦିଲ୍ଲୀରେ ପୁଣିଥରେ ସ୍କୁଲ ଖୋଲିଥିଲା । ଏହି ଧାରାରେ ଦିଲ୍ଲୀ ସରକାରଙ୍କ ମେଗା ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ମେଗା ବୈଠକ ଆୟୋଜନ କରାଯାଇଥିଲା । ବୈଠକ ସମୟରେ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ସରକାରଙ୍କ ଶିକ୍ଷା ନୀତିକୁ ନେଇ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ।