ଆରୟନ ଖାନ୍ ଡ୍ରଗ୍ସ ମାମଲାର ମୁଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ୍ ଡ୍ରଗ୍ସ ମାମଲାର ମୁଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କ ମୃତ୍ୟୁ ହୋଇଛି । ଗତକାଲି ଚେମ୍ବୁରର ମାହୁଲସ୍ଥିିତ ତାଙ୍କ ଘରେ ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ନେଇ ପ୍ରଭାକରଙ୍କ ଓକିଲ ତୁଷାର ଖଣ୍ଡାରେ ସୂଚନା ଦେଇଛନ୍ତି । ପ୍ରଭାକରଙ୍କ ପ୍ରାର୍ଥୀବ ଶରୀର ଆଜି ଅନ୍ଧେରୀସ୍ଥିତ ତାଙ୍କର ଆଉ ଏକ ଘରକୁ ଅଣାଯିବ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପ୍ରଭାକର ସେଲ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାର ସ୍ୱତନ୍ତ୍ର ସାକ୍ଷୀ ଥିଲେ । ପ୍ରଭାକର ଏନସିବିର ଜୋନାଲ ଡାୟରେକ୍ଟର ସମୀର ୱାଙ୍ଖଡେଙ୍କ ବିରୋଧରେ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବାର ଆରୋପ ଲଗାଇଥିଲେ ।