୧୨ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ ଆରମ୍ଭ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ରମାଇ ଉଚ୍ଚ ବିଦ୍ୟାଳୟରେ ପାଟଣାଗଡ଼ ଅଧିକ୍ଷକ ଡା.ପୀତବାସ ସା ଓ ବିଇଓ ଶ୍ରୀ ଶଙ୍କର ପ୍ରସାଦ ମାଝୀଙ୍କ ଦ୍ୱାରା ୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ରମାଇ ଉଚ୍ଚ ବିଦ୍ୟାଳୟର ୧୧୦ ଜଣ ପିଲାଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଏହି ଅବସରରେ ରମାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବିଶ୍ୱାଳ, ଶିକ୍ଷକ ସୁରେଶ ମେହେର, ଡାକ୍ତରଖାନା ମ୍ୟାନେଜର ଘନଶ୍ୟାମ ତ୍ରିପାଠୀ, ଟୀକା ଇନଚାର୍ଜ ବଂଶୀଧର ମେହେର, ଭ୍ୟାକ୍ସିନେଟର ଆଲ୍ଲାଦିନୀ ଧରୁଆ ଓ ଡାଟା ଅପରେଟର ସବିତା ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଫାର୍ମାସିଷ୍ଟ ମନୋଜ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।