ଦିଲ୍ଲୀ ଦଙ୍ଗାରେ ଜୀବନ ହାରିଥିବା ଆଇବି କର୍ମଚାରୀଙ୍କ ପରିବାରକୁ ଚାକିରି ଓ ୧ ଲକ୍ଷ ଟଙ୍କା ଦେଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ଆଇବି କର୍ମଚାରୀଙ୍କ ଭାଇଙ୍କୁ କେଜ୍ରିୱାଲ ସରକାର ଚାକିରି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କର୍ମଚାରୀଙ୍କ ପରିବାରକୁ ସରକାରୀ ଚାକିରିର ସାର୍ଟିଫିକେଟ ସହ ୧ କୋଟି ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି । ଏନେଇ ନିଜେ କ୍ରେଜିୱାଲ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ଜଣେ ମଣିଷର ଅଭାବ ତ ଆମେ କେବେ ପୂରଣ କରିପାରିବା ନାହିଁ କିନ୍ତୁ ଏହି ସହାୟତା ଦ୍ୱାରା ପରିବାରକୁ ବଳ ମିଳିବ । ଭବିଷ୍ୟତରେ ମଧ୍ୟ ପରିବାରକୁ ଯଥାସମ୍ଭବ ସାହଯ୍ୟ କରିବୁ ।

ସୂଚନାଯୋଗ୍ୟ, ୨୦୨୦ ଫେବୃଆରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ହୋଇଥିଲା । ଏଥିରେ ୫୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ । ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ଶବ ନିଖୋଜ ହେବାର ଦିନକ ପରେ ଚାନ୍ଦ ବାଗ ଅଞ୍ଚଳରେ ତାଙ୍କ ଘର ପାଖ ନାଳରୁ ମିଳିଥିଲା ।