କୋରାପୁଟରେ ଆରମ୍ଭ ହେଲା କରୋନା ଟିକାକରଣ

କୋରାପୁଟ,ଏନ୍ଏନ୍ଏସ୍: ସର୍ବଭାରତୀୟ ସ୍ତରରେ ଆଜି କରୋନା ଟିକାକରଣ ହୋଇଥିବାବେଳେ କୋରାପୁଟ ଜିଲ୍ଲାରେ ମଧ୍ୟ ଏହାର ଶୁଭାରମ୍ଭ ହୋଇଯାଇଛି। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିିଟାଲ ସମେତ କୋରାପୁଟ ପୌର ପରିଷଦର ଗାନ୍ଧିନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଜୟପୁର, ବୋରିଗୁମ୍ମା ଓ ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ଗାନ୍ଧିନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲାସ୍ତରୀୟ ଟିକାକରଣର ଉଦଘାଟନ କରାଯାଇଥିଲା। ସଫେଇ କର୍ମଚାରୀ ପଦ୍ମନ ହିରିଜନ ପ୍ରଥମ ଟିକା ନେଇଥିଲେ। ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ମକରନ୍ଦ ବେଉରା , ଏଡିପିଏଚଓ(ମ୍ୟାଲେରିଆ)ଡା. ଏସ.ଦାସ , ଡା. ଆର.ଦାସ, ସ୍ୱାସ୍ଥ୍ୟ ମିଶନ ଡିପିଏମ ଶୁଭକାନ୍ତ ଗନ୍ତାୟତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି ଏସଏଲଏନ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଧିକ୍ଷକ ପ୍ରଫେସର ଡା. ସୀତାରାମ ମହାପାତ୍ର ଓ ଏଡିପିଏଚଓ(ପରିବାର କଲ୍ୟାଣ) ଡା. ନୀଳମାଧବ ଶତପଥୀ ଅତିଥିଭାବେ ଯୋଗଦେଇ ଟିକାକରଣ ପ୍ରକ୍ରିୟାର ଉଦଘାଟନ କରିଥିଲେ। ଡା. ଶୁଭାଶିଷ ପାତ୍ର ପ୍ରଥମ ଟିକା ନେଇଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ, ହସ୍ପିଟାଲ ପ୍ରଶାସନିକ ଅଧିକାରୀ ମଧୁମିତା ନାୟକ , କୋଭିଡ ଟିକାକରଣ ନୋଡାଲ ଅଧିକାରୀ ଡା. ଅରବିନ୍ଦ, ହସ୍ପିଟାଲ ମ୍ୟାନେଜର ଅଭିରାମ ସାହୁ ଓ ଶୁଭେନ୍ଦୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନୀ ଅବସରରେ ୫୦୦ ଜଣ ଟିକା ନେଇଥିବା ଜଣାପଡ଼ିଛି।