ସମଗ୍ର ଦେଶକୁ ଟୀକାକରଣର ଆବଶ୍ୟକତା ନାହିଁ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ଟୀକାକରଣକୁ ନେଇ ଆଇସିଏମଆର ଡିଜି ବଲରାମ ଭାର୍ଗବ ଏକ ବଡ଼ ବୟାନ ଦେଇଛନ୍ତି। ବଲରାମ ଭାର୍ଗବ କହିଛନ୍ତି ଯେ, ସଂକ୍ରମଣ ଚେନକୁ ଭାଙ୍ଗିବା ହେଉଛି ଆମର ଲକ୍ଷ୍ୟ। ଆଉ ଚେନ୍ ଯଦି ଭାଙ୍ଗିଯାଏ ତେବେ ସମଗ୍ର ଦେଶକୁ ଟୀକାକରଣର ଆବଶ୍ୟକତା ପଡ଼ିବନି। ଏତଦବ୍ୟତୀତ ସମଗ୍ର ଦେଶକୁ ଟୀକା ଦିଆଯିବା କଥା କେନ୍ଦ୍ର ସରକାର କେବେ ବି କହିନଥିବା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି କହିଛନ୍ତି ଯେ, ଦୁନିଆର ବାକି ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି। ଗତ ୭ ଦିନ ହେବ ଭାରତର ପ୍ରତି ୧୦ ଲକ୍ଷ ଜନବସତିରେ ୨୧୧ ଜଣ ସଂକ୍ରମିତ ହୋଇଛନ୍ତି। କିନ୍ତୁ ୭ଦିନରେ ୧୦ଲକ୍ଷ ଜନବସତିରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ନୂଆ ସଂକ୍ରମିତ ମାମଲା ଲଗାତାର ଭାବେ କମ୍ ହେବାରେ ଲାଗିଛି। ଆଉ ମହାରାଷ୍ଟ୍ର, କର୍ଣର୍ାଟକ, କେରଳ ଓ ଆନ୍ଧ୍ରପ୍ରଦେଶରେ ସକ୍ରିୟ ସଂକ୍ରମିତ ମାମଲା କମ୍ ରହିଛି।