ଟିକାକରଣ କେନ୍ଦ୍ର ଉଦଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଝଣ୍ଡାଛକସ୍ଥିତ ହନୁମାନ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ହମ ସଂଘଠନ ତରଫରୁ ଆଜିଠୁ ଅଫଲାଇନ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ପ୍ରଥମ ଦିନରେ ୧୫୦ ଜଣଙ୍କ ରେଜିଷ୍ଟ୍ରେସନ କରାଯାଇ ଟିକା ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଟିକାକରଣ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଦାସ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ଆହ୍ୱାନ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ତାପସ ରାୟ ଚୌଧୁରୀ, ସନ୍ଦୀପ ଅବସ୍ତି, ରଘୁମଣି ପଟେଲ, ବଲଗୋବିନ୍ଦ ମିଶ୍ର, ହୀରାଲାଲ ଲୋକଚନ୍ଦନୀ, ପିଣ୍ଟୁ ପାଢ଼ୀ, ସିଦ୍ଧାର୍ଥ ସରକାର, ତୁଳସୀ ଦାସ, ପବନ ସିଂହ ଯାଦବ, ଜୟ ପ୍ରକାଶ କୁଅଁର, ପବନ ସୁଲତନିଆ, ନବୀନ ମିଶ୍ର, ସିଦ୍ଧାର୍ଥ ଅବସ୍ତି ଓ ପ୍ରଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।