ସାମ୍ବାଦିକଙ୍କୁ କରୋନା ଟିକା ପ୍ରଦାନ

ପାଟଣାଗଡ଼,ଏନ୍ଏନ୍ଏସ୍: ସରକାର ସାମ୍ବାଦିକଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଆଜି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାର ଭବନରେ ସାମ୍ବାଦିକଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଶେଷ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଓୟୁଜେ ସଭାପତି ପ୍ରଶନ୍ନ ମହାନ୍ତିଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋର୍ତିମୟ ଭୁକ୍ତା, ପାଟଣାଗଡ଼ ଡାକ୍ତରଖାନା ପୀତବାସ ସା, ଡାକ୍ତର ସ୍ମିତାରାଣୀ ଶତପଥୀ, ମନୋଜ ଆଚାର୍ଯ୍ୟ ଓ ଘନଶ୍ୟାମ ତ୍ରିପାଠୀ ଡାକ୍ତରଖାନା ମ୍ୟାନେଜର ପ୍ରମୁଖ ସହଯୋଗ କରିଥିଲେ। ରାଜ୍ୟ ଓୟୁଜେ ବରିଷ୍ଠ ସଭ୍ୟ ତଥା ରାଜ୍ୟ ସମନ୍ୱୟ କମିଟିର ଅଧ୍ୟକ୍ଷ ସଦାଶିବ ସରାଫ୍, ଲକ୍ଷ୍ମୀକାନ୍ତ ମିଶ୍ର, ବଂଶୀଧର ସେଠ୍, ସୁନୀଲ ଚୋପଦାର ଓ ବିଜୟାନନ୍ଦ ଦାସ ପ୍ରମୁଖ ଯୋଗଦେଇ ଟିକା ନେଇଥିଲେ। ଏହି ଅବସରରେ ଡାକ୍ତରଖାନାର ଫାର୍ମାସିଷ୍ଟ ତଥା ଆରଆରଟି ମନୋଜ ଆଚାର୍ଯ୍ୟଙ୍କୁ ଉପଜିଲ୍ଲାପାଳ ଉପଢୌକନ ଦେଇ ସମ୍ମାନିତ କରିବା ସହ ତାଙ୍କ କାର୍ଯ୍ୟକୁ ପ୍ରଂଶସା କରିଥିଲେ।